Please go to contact page and drop a message or WhatsApp us from here for any quarry... Note: This site is under construction. So few changes will be noticed with time to time, Thank you...

History Chapter – 1

Sri Nutan Kumar Patra (Asst. Teacher, Govt. High School, Dombosora)

ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ


   ବହୁ ବିକଳ୍ପ ପ୍ରଶ୍ନ

୧. କେବେ ଗାନ୍ଧିଜୀ ପ୍ରଥମେ ଇଂଲଣ୍ଡ ଯାଇଥିଲେ ?

୨. କେବେ ଗାନ୍ଧିଜୀ ‘ନାଟାଲ୍ ଭାରତୀୟ କଂଗ୍ରେସ’ ଗଠନ କରିଥିଲେ ? ?

୩. ଜୋହାନେସ୍‌ବର୍ଗର ଏମ୍ପାୟାର ଥିଏଟରଠାରେ ଅନୁଷ୍ଠିତ ସାଧାରଣ ସଭାରେ କେଉଁ କଳା ଆଇନ୍ ଅମାନ୍ୟ କରିବା ପାଇଁ ଉପସ୍ଥିତ ଭାରତୀୟମାନେ ଦୃଢ଼ ସଂକଳ୍ପ ନେଇଥିଲେ ?

୪. କେବେ ଜୋହାନେସ୍‌ବର୍ଗର ଏମ୍ପାୟାର ଥିଏଟରଠାରେ ଦକ୍ଷିଣ ଆଫ୍ରିକା ସରକାରଙ୍କ କଳା ଆଇନ୍ ବିରୋଧରେ ଭାରତୀୟମାନଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ?

୫. କେଉଁ ଆନ୍ଦୋଳନରେ ଗାନ୍ଧିଜୀ ପ୍ରଥମେ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରିଥିଲେ ?

୬. କେଉଁଠାରେ ଗାନ୍ଧିଜୀ ପ୍ରଥମେ ଜେଲଦଣ୍ଡ ଭୋଗିଥିଲେ ?

୭. କେବେ ଅନେକ ଭାରତୀୟ ଦକ୍ଷିଣ ଆଫ୍ରିକୀୟ ସରକାରଙ୍କ ଦେଶାନ୍ତର ଗମନ ନିଷେଧ ଆଇନ୍ ବିରୋଧରେ ନାଟାଲ ସୀମା ପାର ହୋଇ ଟ୍ରାନ୍ସଭାଲ ଗମନ କଲେ ?

୮. କେବେ ଦକ୍ଷିଣ ଆଫ୍ରିକା ଉଚ୍ଚତମ ନ୍ୟାୟାଳୟ ଖ୍ରୀଷ୍ଟିଆନ୍ ରୀତିରେ ସମ୍ପାଦିତ ହୋଇନଥିବା ଓ ପଞ୍ଜିକରଣ ହୋଇନଥିବା ଭାରତୀୟମାନଙ୍କ ବିବାହର ସ୍ଵୀକୃତି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଲେ ?

୯. କେଉଁ ଆନ୍ଦୋଳନ ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ନେତୃତ୍ଵାଧୀନ ଶେଷ ଆନ୍ଦୋଳନ ଥିଲା ?

୧୦. କିଏ ‘ଇଣ୍ଡିଆନ୍ ଓପିନିଅନ’ ନାମକ ସମ୍ବାଦପତ୍ର ପ୍ରକାଶ କରିଥିଲେ ?

୧୧. କେଉଁଠାରେ ଗାନ୍ଧିଜୀ ‘ଇଣ୍ଡିଆନ୍ ଓପିନିଅନ୍ ସମ୍ବାଦପତ୍ର ପ୍ରକାଶ କରିଥିଲେ ?

୧୨. କେବେ ଗାନ୍ଧିଜୀ ‘ଇଣ୍ଡିଆନ୍ ଓପିନିଅନ’ ସମ୍ବାଦପତ୍ର ପ୍ରକାଶ କରିଥିଲେ ?

୧୩. କେବେ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଲେ ?

୧୪. କାହାକୁ ଗାନ୍ଧିଜୀ ନିଜର ରାଜନୈତିକ ଗୁରୁ ଭାବେ ଗ୍ରହଣ କରିଥିଲେ ?

୧୫. କିଏ ଗାନ୍ଧିଜୀଙ୍କୁ ‘ମହାତ୍ମା’ ଆଖ୍ୟା ପ୍ରଦାନ କରିଥିଲେ ?

୧୬. କେବେ ଗାନ୍ଧିଜୀ ସାବରମତୀ ନଦୀକୂଳରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ ?

୧୭. ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିବା ପରେ ଗାନ୍ଧିଜୀଙ୍କର ପ୍ରଥମ ସଫଳତା କ’ଣ ଥିଲା ?

୧୮. କେଉଁଟି ଭାରତରେ ଗାନ୍ଧିଜୀଙ୍କ ଦ୍ବାରା ସଂଗଠିତ ପ୍ରଥମ ଆନ୍ଦୋଳନ ଥିଲା ?

୧୯. କିଏ ଚମ୍ପାରନ୍‌ରେ ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ କରିବା ପାଇଁ ଗାନ୍ଧିଜୀଙ୍କୁ ନିମନ୍ତ୍ରଣ କରିଥିଲେ ?

୨୦. ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ ୧୯୧୭ଏପ୍ରିଲ୍‌ରେ ଗାନ୍ଧିଜୀ କେଉଁଠାରେ ପହଞ୍ଚିଥିଲେ ?

୨୧. ଚମ୍ପାରନ୍ ଠାରେ ଇଂରେଜ ମାଲିକଙ୍କ ଦ୍ଵାରା ଚାଷିମାନଙ୍କଠାରୁ ବେଆଇନ୍ ଭାବେ ଆଦାୟ କରାଯାଇଥିବା ଅର୍ଥର ଶତକଡ଼ା କେତେ ଭାଗ ସେମାନଙ୍କୁ ଫେରାଇ ଦିଆଯାଇଥିଲା ?

୨୨. କିଏ ଖେଡ଼ା ଆନ୍ଦୋଳନରେ ଗାନ୍ଧିଜୀଙ୍କ ଜଣେ ମୁଖ୍ୟ ସହ‌ଯୋଗୀ ଥିଲେ ?

୨୩. ଖେଡ଼ା ଆନ୍ଦୋଳନର ସଫଳତାରେ ଗଭୀରଭାବେ ପ୍ରଭାବିତ ହୋଇ କିଏ ଗାନ୍ଧିଜୀଙ୍କ ଜଣେ ପ୍ରଧାନ ଅନୁଗାମୀ ହୋଇଗଲେ ?

୨୪. କେଉଁ ଆନ୍ଦୋଳନ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତର ପ୍ରଥମ ସଫଳ ଅହିଂସା ଆନ୍ଦୋଳନ ଥିଲା ?

୨୫. କେଉଁ ଆନ୍ଦୋଳନ ଗାନ୍ଧିଜୀଙ୍କ ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ ଥିଲା ?

୨୬. କେବେ ବ୍ରିଟିଶ୍ ବ୍ୟବସ୍ଥାପକ ସଭାରେ ରାଓଲାତ୍ ଆଇନ୍ ଗୃହୀତ ହୋଇଥିଲା ?

୨୭. କେବେ ଗାନ୍ଧିଜୀଙ୍କ ଆହ୍ଵାନ କ୍ରମେ ରାଓଲାତ୍ ଆଇନ୍ ବିରୋଧରେ ଦେଶବ୍ୟାପୀ ହରତାଳ ପାଳନ କରାଯାଇଥିଲା ?

୨୮. ରାଓଲାତ୍ ଆଇନ୍ ବିରୋଧରେ ଦେଶବ୍ୟାପୀ ହରତାଳ ପାଳନ ପାଇଁ ଆହ୍ଵାନ ଦେଇଥିବାରୁ ଗାନ୍ଧିଜୀଙ୍କୁ କେବେ ଗିରଫ କରାଯାଇଥିଲା ?

୨୯. କେବେ ଡ. ସତ୍ୟପାଲ ଓ ଡ. ସଇଫୁଦ୍ଦିନ୍ ଖିଚଲୁଙ୍କୁ ଅମୃତସରଠାରେ ଗିରଫ କରାଯିବା ଫଳରେ ରାଓଲାତ୍ ବିରୋଧୀ ଆନ୍ଦୋଳନ ଏକ ହିଂସାତ୍ମକ ରୂପଧାରଣ କଲା ?

୩୦. ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ କେବେ ସଂଘଟିତ ହୋଇଥିଲା ?

୩୧. କେବେ ଗାନ୍ଧିଜୀ ରାଓଲାତ୍ ଆଇନ୍ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହାର କଲେ ?

୩୨. “କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ” – ଏହା କିଏ କହିଥିଲେ ?

୩୩. କିଏ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ ଇଂରେଜ ସରକାରଙ୍କ ବର୍ବରୋଚିତ କାର୍ଯ୍ୟର ପ୍ରତିବାଦ ସ୍ଵରୂପ ‘ନାଇଟ’ ପଦ ତ୍ୟାଗ କରିଥିଲେ?

୩୪. ଜାଲିଆଓ୍ୱାଲାବାଗ୍ ହତ୍ୟାକାଣ୍ଡ ପରେ କିଏ ସରକାରଙ୍କ ବର୍ବରୋଚିତ କାର୍ଯ୍ୟର ପ୍ରତିବାଦ ସ୍ଵରୂପ ‘କାଇଜର-ଇ-ହିନ୍ଦ୍’ ଉପାଧି ତ୍ୟାଗ କରିଥିଲେ ?

Leave a Reply

Your email address will not be published. Required fields are marked *

Scroll to Top