Sri Utkal Keshari Mahapatra (Asst. Teacher, Govt. High School, Jagannathpur).
Welcome to your SCP CHAPTER-1 :
ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ
ବହୁ ବିକଳ୍ପ ପ୍ରଶ୍ନ
1. ମାର୍ବଲ ନିମ୍ନୋକ୍ତ କାହାର ଏକ ଭିନ୍ନ ରୂପ ?
2. ଗୋଟିଏ ଲୁହା କଣ୍ଟା କୁ ଭଲ କରି ସଫା କରି କପର ସଲଫେଟ ଦ୍ରବଣ ରେ କିଛି ମିନିଟ ପର୍ଯ୍ୟନ୍ତ ବୁଡ଼େଇକି ରଖିଲେ କେଉଁ ପ୍ରକାରର ରାସାୟନିକ ପ୍ରତିକ୍ରିୟା ଘଟିବ ?
3. କେଉଁ ରାସାୟନିକ ଯୌଗିକର ସୃଷ୍ଟି ଯୋଗୁ ରୂପା ଉପରେ ଏକ କଳା ଆସ୍ତରଣ ସୃଷ୍ଟି ହୁଏ ?
4. ମାଗ୍ନେସିୟମ ପାତ ବାୟୁ ରେ ଜଳିଲା ବେଳେ ସୃଷ୍ଟି ହେଉଥିବା ଧଳା ଚୁର୍ଣ ର ନାମ ____?
5.ଖାଦ୍ୟ ପଦାର୍ଥରେ ଜାରଣ କୁ ପ୍ରତିହତ କରୁଥିବା ପଦାର୍ଥ କଣ ?
6. ତେଲ ଓ ଘିଅ ଆଦି ଦ୍ରବ୍ୟ ବହୁ ଦିନ ରହିଗଲେ କେଉଁ ପ୍ରକ୍ରିୟା ଯୋଗୁଁ ସେଥିରୁ ରହଣିଆ ଗନ୍ଧ ବାହାରେ ?
7. MnO2+ HCl → MnCl2 +H2O+Cl2 ଏହି ସମୀକରଣ ରେ l, aq , s , gମଧ୍ୟରୁ ____ ଟି ବ୍ୟବହାର କରାଯାଇ ପାରିବ ?
8. CaO:କଲିଚୂନ :: Ca(OH)2 :_____
9.ଅବକ୍ଷେପଣ ପ୍ରତିକ୍ରିୟା କ'ଣ ?
10. ଫେରସ ସଲଫେଟ ସ୍ଫଟିକର ରଙ୍ଗ ____|
11. ଗୋଟିଏ ପ୍ରତିକାରକ ରୁ ଅନେକ ଉତ୍ପାଦ : ବିଘଟନ :: ଏକାଧିକ ପ୍ରତିକାରକ ରୁ ଗୋଟିଏ ଉତ୍ପାଦ :_________|
12. ନିମ୍ନୋକ୍ତ ରାସାୟନିକ ପ୍ରତିକ୍ରିୟା ଟି କେଉଁ ପ୍ରକାରର ପ୍ରତିକ୍ରିୟା? 2AgCl →2Ag+Cl2
13. ଜିଙ୍କ ଦାନା ଲଘୁ H2SO4 ଅମ୍ଳ ରେ ମିଶାଇଲେ କଣ ଘଟେ ?
14. କେଉଁ ଯୌଗିକ କୁ କଳାଧଳା ଫଟୋ ସଂକ୍ରାନ୍ତ କାର୍ଯ୍ୟ ରେ ବ୍ୟବହାର କରାଯାଏ ?
15.କାନ୍ଥ ଧଉଳେଇବା ପାଇଁ ବ୍ୟବହୃତ ଚୂନ ପାଣି ବାୟୁମଣ୍ଡଳରେ ଥିବା କେଉଁ ଗ୍ୟାସ ସହ ରାସାୟନିକ ପ୍ରତିକ୍ରିୟା କରେ ?
16. xFe+4H2OFe3O4+4H2 ଏଠାରେ x ସ୍ଥାନ ରେ କେଉଁ ସଂଖ୍ୟା ଟି ଲେଖିଲେ ସମୀକରଣଟି ସମତୁଲ ହେବ?
17. 2H2+O22H2O ଏଠାରେ କାହାର ବିଜାରଣ ଘଟୁଛି ?
18. କେଉଁ ଜାତୀୟ ଖାଦ୍ୟର ଜାରଣ ହେଲେ ରହଣିଆ ଗନ୍ଧ ବାହାରେ ?
19. କପର ଧାତୁ ଜାରିତ ହେଲେ କଣ ଉତ୍ପନ୍ନ ହୁଏ ?
20. ନିମ୍ନୋକ୍ତ ରାସାୟନିକ ପ୍ରତିକ୍ରିୟା ଟି କେଉଁ ପ୍ରକାରର ପ୍ରତିକ୍ରିୟା? Zn (s) + H2SO4(aq) ZnSO4(aq) + H2(g)
21. ନିମ୍ନୋକ୍ତ ରାସାୟନିକ ପ୍ରତିକ୍ରିୟା ଟି କେଉଁ ପ୍ରକାରର ପ୍ରତିକ୍ରିୟା? Fe2O3+2AlAl2O3+2Fe
22. ଏକ ଉଜ୍ଜଳ ବାଦାମୀ ରଙ୍ଗ ର ମୌଳିକକୁ ଗରମ କଲେ ଏହା କଳା ପଡ଼ିଯାଏ, ମୌଳିକ ଏବଂ ସୃଷ୍ଟି ହେଉଥିବା କଲା ଯୌଗିକ ର ନାମ ଲେଖ?
23. CuO+H2 Cu+H2O ଉପରେ ଦିୟା ଯାଇଥିବା ରାସାୟନିକ ପ୍ରତିକ୍ରିୟା ରେ କେଉଁ ପଦାର୍ଥ ଟି ବିଜାରିତ ହୋଇଛି ?
24. ନିମ୍ନୋକ୍ତ ରାସାୟନିକ ପ୍ରତିକ୍ରିୟା ରେ କେଉଁଟି ଏକ ଜାରକ? ZnO+C Zn+CO
25. ଫେରସ୍ ସଲ୍ଫେଟ୍ ସ୍ଫଟିକକୁ ଉତ୍ତପ୍ତ କଲେ କେତୋଟି ଗ୍ୟାସୀୟ ଉତ୍ପାଦ ସୃଷ୍ଟି ହୋଇଥାଏ ?
26. ଜଳର ବୈଦ୍ୟୁତିକ ବିଘଟନରୁ ସୃଷ୍ଟି ହେଉଥିବା ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ଗ୍ୟାସ୍ର ଆୟତନର ଅନୁପାତ କେତେ ?
27. ନିମ୍ନରେ ଦିଆଯାଇଥିବା ରାସାୟନିକ ସମୀକରଣ ପାଇଁ କେଉଁ ଉଦ୍ଭଟି ସତ୍ୟ ନୁହେଁ ?
28. ଏକାଧିକ ପ୍ରତିକାରକରୁ ଗୋଟିଏ ଉତ୍ପାଦ ଉତ୍ପନ୍ନ ହେଲେ ତାହାକୁ କି ପ୍ରତିକ୍ରିୟା କୁହାଯାଏ ?
29. କାନ୍ଥ ଧଉଳାଇବା ପାଇଁ ବ୍ୟବହୃତ କୂଳପାଣି ବାୟୁମଣ୍ଡଳରେ ଥିବା କେଉଁ ଗ୍ୟାସ୍ ସହ ରାସାୟନିକ ପ୍ରତିକ୍ରିୟା କରେ ?
30. Ba(OH),+H,SO,→ BaSO,+2H₂O - ଏହା ଏକ କି ପ୍ରକାରର ରାସାୟନିକ ପ୍ରତିକ୍ରିୟା ?
31. ଅସମ୍ପର୍କିତ ଯୋଡାକୁ ବାଛ
32. ଗୋଟିଏ ଧଳା ରଙ୍ଗର କଠିନ ଯୌଗିକକୁ ଉତ୍ତପ୍ତ କଲେ CO2 ଗ୍ୟାସ୍ ସହ ଏକ କଠିନ ଯୌଗିକ X ଉତ୍ପନ୍ନ ହୁଏ । ଏହି X କୁ ସିମେଣ୍ଟ ଉତ୍ପାଦନ ପାଇଁ ବ୍ୟବହାର କରାଯାଏ । X ର ସଙ୍କେତ କ'ଣ ହୋଇପାରିବ ?
33. କଲିଚୂନ କାହା ସହ ରାସାୟନିକ ପ୍ରତିକ୍ରିୟା କଲେ ଶମୀତ ଚୂନ ଉତ୍ପନ୍ନ ହୁଏ ?
34. xFe+4H2O→ Fe,O,+4H, ଏଠାରେ x ସ୍ଥାନରେ କେଉଁ ସଂଖ୍ୟାଟି ଲେଖୁଲେ ସମୀକରଣଟି ସମତୁଲ ହେବ ?
35. ଧାତୁ ସଂକ୍ଷାରଣଏକ କି ପ୍ରକାରର ରାସାୟନିକ ପ୍ରତିକ୍ରିୟା
36. କେଉଁଟି ଗ୍ଲୁକୋଜର ସଠିକ୍ ସଙ୍କେତ ଅଟେ ?