ପଦ୍ୟ- ଚିଲିକାରେ ସାୟନ୍ତନ ଦୃଶ୍ୟ
କବି :- କବିବର ରାଧାନାଥ ରାୟ
ଜନ୍ମ :- ୧୮୪୮ ବାଲେଶ୍ୱର ଜିଲ୍ଲା ର ସୋର ନିକଟବର୍ତ୍ତୀ କେଦାର ପୁର।
ବୃତ୍ତି :- ବଙ୍ଗ- ବିହାର – ଓଡ଼ିଶା ର ବିଦ୍ୟାଳୟସମୂହ ର ଶିକ୍ଷା ବିଭାଗର ଇନ୍ସପେକ୍ଟର।
କୃତି:- କେଦାର ଗୌରୀ ,ନନ୍ଦିକେଶ୍ୱରୀ, ଚନ୍ଦ୍ରଭାଗା,ଉଷା,ପାର୍ବତୀ, ଚିଲିକା, ମହାଯାତ୍ରା-ଉର୍ବଶୀ ଆଦି କାବ୍ୟ, ଭାରତ ଗୀତିକା
ଅନୂଦିତ କୃତି:- ମେଘଦୂତ ଓ ତୁଳସୀ ସ୍ତବକ,
* ପଠିତ କବିତା ଟି, କବିଙ୍କର “ଚିଲିକା” ଖଣ୍ଡ କାବ୍ୟରୁ ଆନିତ ।
* ପଠିତ କବିତା ରେ କବି ଚିଲିକା କୁ ନାୟିକା ଭାବେ ଦର୍ଶାଇଛନ୍ତି।*
ଶବ୍ଦାର୍ଥ
ଠାବେ ଠାବେ – ସ୍ଥାନେ ସ୍ଥାନେ
ଶିଖରେ – ଶୀର୍ଷ ରେ
ବକ୍ଷେ – ହୃଦୟରେ
ଜାତ – ସୃଷ୍ଟି ହୋଇ
ବିଚରଣ – ବୁଲିବା
ଗ୍ରାସିଛି – ଗିଳିଆଛି/ ନଷ୍ଟ କରିଅଛି
ରମ୍ୟ- ସୁନ୍ଦର
ଗର୍ତ୍ତ-ଗାତ
ତରୀ-ନୈକା
ଅନ୍ତର୍ହିତ- ଲୁଚିବା/ଅଦୃଶ୍ୟ ହେବା
ଉତ୍ଥାନ-ଉଠିବା
ପତନ- ପଡିବା
ଘନ ଘନ-ବାରମ୍ବାର
ନିଶାଗମେ – ରାତ୍ରିଆଗମନରେ
ଅବନୀ – ପୃଥିବୀ
ସୋଦର- ସହ ଉଦରରୁ ଜାତ (ଭାଇ)
ଜ୍ୟୋତ୍ସ୍ନାର୍ଣ୍ଣବ-ଜ୍ୟୋତ୍ସ୍ନା+ଅର୍ଣ୍ଣବ ( କ୍ଷୀର ସାଗର)
ବିଶଦ-ନିର୍ମଳ
ଚନ୍ଦ୍ରଚୂଡ଼- ଚନ୍ଦ୍ର ଚୂଡାରେ ଯାହାର(ଶିବ)
ସଂକ୍ଷେପରେ ପଦ୍ୟ
ପୂର୍ବ ଦିଗରେ ସ୍ଥାନେ ସ୍ଥାନେ ମୀନ ଜୀବି ମାନଙ୍କ ନାବ ଦେଖାଯାଉଛି ।ଭାଲେରି ପାହାଡ ଉହାଡରେ ସନ୍ଧ୍ୟା ତାରାକୁ ଦେଖି ମାଛ ଧରାଳିମାନେ ନିଜଗୃହ କଥାଭାବି ଆନନ୍ଦ ମନରେ ଗୃହକୁ ଫେରୁଛନ୍ତି।
ଏହି ସମୟରେ ସେମାନେ କବିସୂର୍ଯ୍ୟ ବଳଦେବ ରଥ ଙ୍କ କିଶୋରଚନ୍ଦ୍ରାନନ୍ଦ ଚମ୍ପୂର ‘ ଗଲାଣି ତ ଗଲା କଥା ରେ ସଙ୍ଗାତ’ ଚଉପଦୀ ଗାଇ ଆନନ୍ଦ ମନରେ ନିୈକାର ପଟିକା ଟେକି ଗୃହକୁ ଫେରୁଛନ୍ତି।
ମୀନଜୀବି ମାନଙ୍କର ଉଲ୍ଲସିତ ମନର ସଙ୍ଗୀତର ତାନ ଚିଲିକାର ପବନରେ ଭାସିଆସୁଛି।
ଗୀତର ତାନରେ ଚାରି ଦିଗରେ ଦିଗପାଳିକା ଦେବୀ ସନ୍ଧ୍ୟା ସମୟରେ ସୂର୍ଯ୍ୟଙ୍କ କିରଣର ପାଟରଙ୍ଗର ବସ୍ତ୍ର ପରିଧାନ ପୂର୍ବକ ହସୁଛନ୍ତି।
ଗୀତର ତାନ ରେ ମନ ବିହ୍ବଳ ହୋଇ ଅତିନ୍ଦ୍ରୀୟ ଦେଶରେ ବିଚରଣ କରୁଅଛି।
ଗୀତ ର ପ୍ରଭାବରେ ମନରେ ଭାବାନ୍ତର ସୃଷ୍ଟି ହେଉଛି ।
କବି କବିସୂର୍ଯ୍ୟ ବଳଦେବ ରଥ ଙ୍କ ରଚନା ଏବଂ ଦେବୀ ସରସ୍ଵତୀଙ୍କ ତାଙ୍କ ପ୍ରତି ରହିଥିବା ଆଶିର୍ବାଦ ଯୋଗୁଁ ସେ ଆଜି ଏହି ଉତ୍କଳ ଭୁବନରେ ମୃତ୍ୟୁଞ୍ଜୟ ହୋଇପାରିଛନ୍ତି।
ସନ୍ଧ୍ଯା ନଇଁ ଆସୁଥିବାରୁ ମାନଜୀବିମାନେ ଆଉ କିଛି ମାଛ ସଂଗ୍ରହ ଆଶାରେ ନୌକାରେ ମଶାଲ ଜାଳିଛନ୍ତି।
ଏହି ମଶାଲ ର ଶିଖା ଆକୃଷ୍ଟ ହୋଇ ମାଛମାନେ ତରୀ ଗର୍ଭକୁ ଡେଇଁ ପ୍ରାଣତ୍ୟାଗ କରୁଛନ୍ତି ।ଠିକ୍ ଯେଉଁ ଭଳି ଅଜ୍ଞାନୀ କ୍ଷଣକ ସୁଖପ୍ରତି ଆକର୍ଷିତହୋଇ ପାପଗର୍ତ୍ତରେ ପଡନ୍ତି ।
ତରଙ୍ଗରେ ବୋଇତ ଦୋହଲିବା ଦ୍ୱାରା ମଶାଲ ର ଶିଖା ବାରମ୍ବାର ଉଠୁଅଛି ଓ ପଡୁଅଛି ଓଏହା କୁ କବି ଦୁଃଖୀ ମନର ଆଶା ସହ ତୁଳନା କରିଛନ୍ତି ।
ଚିଲିକା ରେ ସନ୍ଧ୍ୟା ସରି ଆସିଛି ଏବଂ ରାତ୍ରିର ଆଗମନ ହୋଇଅଛି।
ରାତ୍ରି ଆଗମନରେ ପୃଥିବୀ ରୁ କୋଳାହଳ ଦୁରେଇ ଯାଇଛି ଏବଂ ଜଳ,ସ୍ଥଳ, ଆକାଶ ଜ୍ୟୋତ୍ସ୍ନା ପରିପ୍ଲୁତ ହୋଇ ପାରଦରେ ଧୋଇଲା ଭଳି ଦେଖାଯାଉଛି ।
ଶୈଳ ଓ ଦ୍ବୀପର ପ୍ରତିବିମ୍ବ ଚିଲିକା ଜଳରେ ପଡ଼ୁଅଛି ଓ ଏଗୁଡିକ କ୍ଷୀର ସମୁଦ୍ରରେ ଭାସିଲା ଭଳି ଭ୍ରମ ସୃଷ୍ଟି କରୁଅଛି ।
ଏହି ଚନ୍ଦ୍ରକିରଣ ପୁଣି ହ୍ରଦ ନିକଟର ବୃକ୍ଷର ମସୃଣ ପୃଷ୍ଠରେ ଏବଂ ଉପଳ ଉପରେ ପଡି ଚିକ୍ଚିକ୍ କରୁଅଛି। ଏହି ଶୋଭାକୁ କବି ଶିବଙ୍କ ବୈଚିତ୍ର୍ୟ ଭରା ଶରୀର ସହ ତୁଳନା କରିଛନ୍ତି।
ରାତ୍ରିର ପ୍ରଭାବ ବିସ୍ତାର ସହ ଝିଙ୍କାରି ର ଶବ୍ଦ ନିଜ ଅବସ୍ଥିତି କୁ ଜାହିର କରୁଛି ,ଲାଗୁଛି ଯେଭଳି ସମାଜର କୋଳାହଳ ରୁନିଜକୁ ଦୂର କରି ଶାନ୍ତି ଏଠାରେ ଆଶ୍ରୟ ନେଇଛନ୍ତି ।
କବିଙ୍କର ଭାଷାରେ ଚିଲିକାର ଏହିିସାୟନ୍ତନ ଶୋଭା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି ।