Please go to contact page and drop a message or WhatsApp us from here for any quarry... Note: This site is under construction. So few changes will be noticed with time to time, Thank you...

ଜନ୍ମଭୂମି

  • ଲେଖକ : କୃଷ୍ଣଚନ୍ଦ୍ର ପାଣିଗ୍ରାହୀ
  • ଜନ୍ମ :୧୯୪୯ ମସିହା
  • ସ୍ଥାନ : ମୟୁରଭଞ୍ଜ ଜିଲ୍ଲାର ବାରିପଦା ନିକଟବର୍ତ୍ତୀ ଖିଚିଂ ଗ୍ରାମ
  • କୃତି : ଭୁବନେଶ୍ଵର ପ୍ପ୍ରାତ୍ନତାତ୍ତ୍ଵିକ ଅବଶେଷ
    (ଇଂରାଜୀ ଗବେଷଣା ଗ୍ରନ୍ଥ)
    ପ୍ରବନ୍ଧମାନସ, ଇତିହାସ ଓ କିମ୍ବଦନ୍ତୀ, ସାରଳା ସାହିତ୍ୟର ଐତିହାସିକ ଚିତ୍ର, ମୋ ସମୟର ଓଡ଼ିଶାର ( ଆତ୍ମ ଜୀବନୀ )

ସଂକ୍ଷିପ୍ତରେ ପ୍ରବନ୍ଧ

* ବିଶାଳ ପୃଥିବୀ, ତନ୍ମଧ୍ୟରେ ଏସିଆ ମହାଦେଶ, ଏସିଆ ମହାଦେଶ ରେ ଭାରତ ଓ ଭାରତ ମଧ୍ୟରେ ଓଡିଶା ଥିଲେବି ଶାକତଣ୍ଡୁଳ ଦେଇ
ଶରୀରକୁ ପରିପୁଷ୍ଟ କରିଥିବା ପଲ୍ଲୀ ଗ୍ରାମକୁ ନିଜର ଜନ୍ମଭୂମି ବୋଲି କହିଛନ୍ତି।
* ବୟସ ବଢିବା ସହ ଜନ୍ମଭୂମି ସହିତ ଲେଖକଙ୍କ ସମ୍ପର୍କ ଘନିଷ୍ଠ ହେବା ପରିବର୍ତ୍ତେ ସମ୍ପର୍କ କ୍ଷୀଣ ହେବାରେ ଲାଗିଛି।
* ପାଶ୍ଚାତ୍ୟ ଶିକ୍ଷା ପଦ୍ଧତି ଓ ସହରରେ ଜୀବିକାର୍ଜନ ଦ୍ୱାରା ଲେଖକ ଜନ୍ମଭୂମି ଠାରୁ ଦୂରେଇଯାଇଛନ୍ତି । ଏହି ସମସ୍ୟା କେବଳ ଲେଖକଙ୍କର ନୁହେଁ। ଏହା ସମସ୍ତ ଶିକ୍ଷିତ ସମାଜର ।
* ଜନ୍ମଭୂମିକୁ ବର୍ତ୍ତମାନ ଫେରିବାପାଇଁ ଲେଖକଙ୍କର ନୈତିକ ସାହସ ନାହିଁ । ବର୍ତ୍ତମାନ ପଲ୍ଲୀ ଗ୍ରାମର ସମସ୍ତ ଲୋକଙ୍କର ସେହ୍ନ ବି ପୂର୍ବଭଳି ନାହିଁ। ସାର ମାଉସୀ ଲେଖକଙ୍କୁ ଆଉ ‘ବାପା’ ବୋଲି ସମ୍ବୋଧନ କରିବା ବଦଳରେ ‘ବାବୁ’ ବୋଲି ସମ୍ବୋଧନ କରୁଛି । ଗୋବିନ୍ଦାଭାଇ ଆଉ ପୂର୍ବଭଳି ତାର କୁଟୀରକୁ ଡାକି ମନବୋଧ ଚଉତିଶା ଶୁଣାଉନାହିଁ ।
* ଗ୍ରାମର ନବାଗତ ମାନେ ଲେଖକଙ୍କ ପାଇଁ ଅପରିଚିତ। ଗ୍ରାମର ଶିକ୍ଷତ ଓ ଅର୍ଦ୍ଧଶିକ୍ଷିତ ଯୁବକଙ୍କ ସହ ସାହିତ୍ୟଆଲୋଚନା ମଧ୍ୟ ବ୍ୟର୍ଥ କାରଣ,ସେମାନେ ରାଜନୀତିର ଆଶ୍ରୟ ନେଇଛନ୍ତି।
* ପଲ୍ଲୀ ଜୀବନ ଓବିଭିନ୍ନ ଋତୁରେ ପଲ୍ଲୀ କର୍ମ ଯୋଜନା ରେ ମଧ୍ୟ ଲେଖକ ନିଜକୁ ସମିଲ କରିବାର ଭୌତିକ ସାହସ ରଖିଥିଲେ ମଧ୍ୟ ନୈତିକ ସାହସ ହରାଇଛନ୍ତି ।
* ଗ୍ରାମବାସୀ ଓ ପରିବାର ଠାରୁ ପ୍ରେରଣା ପାଇଥିବା ଅନେକ ମେଧାବୀ ଛାତ୍ରଛାତ୍ରୀ ଗ୍ରାମଛାଡି ପାଶ୍ଚାତ୍ୟ ଶିକ୍ଷାପାଇଁ ସହରାଭିମୁଖୀ ହୋଇ ଶେଷରେ ପଲ୍ଲୀ ଭୂମି ପ୍ରତି ବିଶ୍ୱାସଘାତକତା କରିଥିବା ର ନଜିର ରହିଛି I
* ପଲ୍ଲୀ ଭୂମି ପ୍ରତି ବିଶ୍ୱାସଘାତକତା କରି ମହାପୁରଷ ଶ୍ରୀକୃଷ୍ଣ ମଧ୍ୟ ବର୍ତ୍ତି ପାରିନଥିଲେ ବୋଲି ଲେଖକ କହିଛନ୍ତି । ଗୋପପୁରଠାରୁ ମଧୁରାକୁ ଓ ମଥୁରାରୁ ଦ୍ଵାରକା ପର୍ଯ୍ୟନ୍ତ ଦୀର୍ଘପଥ ଅତିକ୍ରମ କରି ମଧ୍ୟ ବିଶାଳ ସାମ୍ରାଜ୍ୟର ପତନ ଓ ନିଜ ବଂଶଧର ମାନଙ୍କର ପତନକୁ ଦେଖି ସହ୍ୟ କରିନପାରି ଲତିକା ଦୋଳାରେ ବ୍ୟାଧର ଶରରେ ପ୍ରାଣତ୍ୟାଗ କରିଥିଲେ।
* ଶେଷରେ ଲେଖକ ଗ୍ରୀସୀୟ ଦେବତା ଏଟଲାସଙ୍କ ଉଦାହରଣ ଦେଇ କହିଛନ୍ତି ଯିଏ ପଲ୍ଲୀ ଗ୍ରାମକୁ ଛାଡି ସମସ୍ତ ପୃଥିବୀର ଭାର ବହନ କରିଛନ୍ତି ନିଜ କାନ୍ଧରେ ଟେକି ଧରି କୁବ୍ଜ ହୋଇ ଚାଲନ୍ତି ସେମାନେ କେବଳ ପ୍ରବଞ୍ଚନା କରନ୍ତି ।
* ପରିଶେଷରେ ଲେଖକ ଏହି ବାର୍ତ୍ତା ଦେଇଛନ୍ତି ଯେ ଭଲ ଗ୍ରାମବାସୀ ହୋଇପାରିନିସେ ଭଲ ଓଡ଼଼ିଶାବାସୀ ନୁହେଁ;ଯେ ଭଲ ଓଡ଼ିଶାବାସୀ ନୁହେଁ ସେ ଭଲ ଭାରତବାସୀ ନୁହେଁ ଓ ଯେ ଭଲ ଭାରତବାସୀ ନୁହେଁ ସେ ଭଲ ବିଶ୍ଵବାସୀ ନୁହେଁ।

Scroll to Top